ଶେୟାର ମାର୍କେଟରେ ମଧ୍ୟ ମଧ୍ୟବିତ୍ତ ଓ ଖୁଦ୍ର ବ୍ୟବସାୟୀଙ୍କ ଉପରେ ଚାପ ଦେଲେ ସରକାର

(ଭୁବନେଶ୍ୱର/ସ୍ୱତନ୍ତ୍ର ଉପସ୍ଥାପନା ) ଦିନକୁ ଦିନ ଦେଶର ଗିଡିପି ତଳକୁ ଖସିବାରେ ଲାଗିଛି । ଏହାରି ଭିତରେ ଅନେକ ବିକ୍ତି ନିଜର ଚାକିରୀ ମଧ୍ୟ ହରେଇବାରେ ଲାଗିଛନ୍ତି । ଏମିତିକି ଖୁଦ୍ର ଓ ମଧ୍ୟବିତ ଲୋକେ ନାହିଁ ନଥିବା ଦୁର୍ଦଶା ଦେଇ ଗତି କରୁଛନ୍ତି ।

ତାହା ଗୋଟେ ରିଟେଲ ଦୋକାନଠାରୁ ଆରମ୍ଭ କରି ନୂତନ ବ୍ୟବସାହି ଯିଏ ଆରମ୍ଭ କରି ଘର ଚଳୁ ଥିଲା ତାହାର ଏବେ ଶୋଚନୀୟ ଅବସ୍ଥା । ଯାହା ଏବେ ସାରା ଦେଶରେ ଦେଖିବାକୁ ମିଳିଛି । ଏବେ ଲୋକେ ଅଧିକାଂଶ ସହର ଛାଡି ଗ୍ରାମରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଏହାର ପ୍ରଭାବ ମଧ୍ୟ ଶେୟାର ମାର୍କେଟରେ ଦେଖିବାକୁ ମିଳିଛି । ଖୁଦ୍ର ବ୍ୟବସାୟ କ୍ଷେତ୍ରରେ ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ସେବି ପକ୍ଷରୁ ଏବେ ଯେଉଁ ନୂତନ ନିୟମ ଲାଗୁ କରାଯାଇଛି । ଯାହା ଫଳରେ ଖୁଦ୍ର ଶେୟାର ମାର୍କେଟ କରି ଯେଉଁ ମାନେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ ସେମାନେ ଏବେ କରିବା କଷ୍ଟକର ହେବାରେ ଲାଗିଛି।

ଏହା ମଧ୍ୟ କହିପାରିବା ଶେୟାର ମାର୍କେଟରେ ପୁଞ୍ଜି ପତି ମାନଙ୍କ ପାଇଁ ତାହାର କୌଣସି ପ୍ରକାର ପ୍ରଭାବ ଦେଖିବାକୁ ମିଳିବ ନାହିଁ । କାହିଁକିନା ସେଠାରେ ଯେଉଁଭଳି ରାଶି ମିଳୁଥିଲା ଖୁଦ୍ର ବେବସାୟୀଙ୍କୁ ତାହା ଏବେ ମିଳିବା କଷ୍ଟକର ହେବାରେ ଲାଗିଛି । ଯାହା ଅର୍ଥ ମିଳିବ ସେଠାରୁ ନିଜ ଘର ବିଜୁଳି ବିଲ ମଧ୍ୟ ଦେଇ ପାରିବେ ନାହିଁ କହିଲେ ଭୁଲ ହେବ ନାହିଁ ।

ନିଜର ବୁଞ୍ଜି ଯେତିକି ରହିଛି ତାହାର ବିନିଯୋଗ କରି ପାରିବେ । ହେଲେ ଯେଉଁ ଭଳି ପୂର୍ବରୁ ଲାଭ ମିଳୁଥିଲା ତାହା ଏବେ ସେବିର ନୂତନ ନିୟମ ପରେ ମିଳିବା କଷ୍ଟକର ହେବାରେ ଲାଗିଛି । ଯାହା ଫଳରେ ଖୁଦ୍ର ବ୍ୟବସହି ଅନେକ ଲସ ସହିବା ସହ ଶେୟାର ମାର୍କେଟରୁ ଦୁରେଇବେ କହିଲେ ଭୁଲ ହେବ ନାହିଁ ।

ଯାହା ଦେଖିବାକୁ ମିଳୁଛି ଦେଶରେ ଖୁଦ୍ର ଓ ମଧ୍ୟବିତ ଲୋକେ ନାହିଁ ନଥିବା ଦୁର୍ଦଶା ଦିଗକୁ ଅଗ୍ରସର ହେବାରେ ଲାଗିଛନ୍ତି । ଯଦି ସରକାର ଏହା ଉପରେ ସଠିକ ସମୟରେ ଗୁରୁତ୍ୱ ଦେବେ ନାହିଁ । ତେବେ ଦେଶରେ ନାହିଁ ନଥିବା ଅସୁବିଧା ହେବା ସହ ଅନେକ ଲୋକେ ତାଙ୍କର ଯିବ ମଧ୍ୟ ହରାଇ ପାରନ୍ତି ମଧ୍ୟ ଆମେ କହିପାରିବା ।

ରାଜେଶ ସାହୁ

Leave a Reply

Your email address will not be published. Required fields are marked *